ତାମିଲନାଡୁ ମତ୍ସ୍ୟଜୀବୀଙ୍କ ମନରେ ଆଶଙ୍କା, ଗୋଟିଏ ରାତିରେ 47 ଜଣଙ୍କୁ ଗିରଫ କଲା ଶ୍ରୀଲଙ୍କା
- bnchiranjibbehera
- Oct 9, 2025
- 1 min read

ତାମିଲନାଡୁର 47 ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ନୌସେନା ବୁଧବାର ରାତିରେ ସମୁଦ୍ର ମଧ୍ୟରୁ ଗିରଫ କରିଛି। ଫଳରେ ତାମିଲନାଡୁର ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କାର ଜଳରାଶିରେ ମାଛ ଧରୁଥିବା ଅଭିଯୋଗ କରି ଶ୍ରୀଲଙ୍କାର ନୌସେନା ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳି
ଛି।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ 300 ଟି ମାଛଧରା ବୋଟ ନେଇ ମତ୍ସ୍ୟଜୀବୀମାନେ ରାମେଶ୍ୱରମରୁ ସମୁଦ୍ର ମଝିକୁ ଯାଇଥିଲେ। ସେମାନେ ମାଛ ଧରୁଥିବା ସମୟରେ ଧନୁସକୋଟ୍ଟି ଓ ତଲାଇମାନାର ମଧ୍ୟରେ 30 ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ନୌସେନା ବନ୍ଧୁକ ଦେଖାଇ ଅଟକାଇବା ସହ ଗିରଫ କରିଥିଲା। ଏହାସହ 4ଟି ବୋଟକୁ ମଧ୍ୟ ଜବତ କରି ନେଇଥିଲା। ଗିରଫ ମତ୍ସ୍ୟଜୀବୀମାନଙ୍କୁ ଗୁରୁବାର ସକାଳେ ମାନାର ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଥିବା ନେଇ ଶ୍ରୀଲଙ୍କାର ନୌସେନା ମୁଖପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ନେନ୍ଦୁନଥିବୁ ଅଞ୍ଚଳରେ ମାଛ ଧରୁଥିବା ବେଳେ 17 ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ଗିରଫ କରିଛି। ଏହି ମତ୍ସ୍ୟଜୀବୀମାନେ ତାମିଲନାଡୁର କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇପାରିନାହିଁ। ସେପଟେ ଗୋଟିଏ ରାତିରେ ଏତେ ସଂଖ୍ୟକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଚିନ୍ତା ପ୍ରକଟ କରିବା ସହ ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।



Comments